ଭାଷଣ ବେଳେ ଦୁଃଖ ଜଣାଇଲେ ମୋହନ

ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ ଘଟିଥିବା କିଛି ଦୁଃଖଦ କଥାକୁ ସର୍ବ ସମ୍ମୁଖରେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଥାନାଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା। ବିରୋଧୀ ଦଳ ନେତା ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି। ମାତ୍ର ସେଠାରେ ଥିବା ଆଇଆଇସି ମୋ’ ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ତୁମର ଅଧିକାର ନାହିଁ ବୋଲି କହିବା ସହ ଆମ ଥାନାକୁ କାହିଁକି ଆସିଛି କହି ଗେଟ୍‌ ଆଉଟ୍‌ କହିଥିଲେ।

ଏହି ଘଟଣା ମୋ’ ସହ ଆମ ସରକାର ଆସିବାର ଏକ ମାସ ପୂର୍ବରୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ଥାନାକୁ ଯାଇଥିଲି ଆଇଆଇସି ଅବସ୍ଥା କ’ଣ ଥିବ ବୁଝିବା ପାଇଁ। କାହା ଚାପରେ କିମ୍ବା ଅଜ୍ଞାନରେ ଏମିତି କରିଥିବେ ଭାବି କ୍ଷମା କରିଦେଇଥିଲି। ମୁଖ୍ୟମନ୍ତ୍ରୀ ନିଜ କଥାରୁ ଅନୁଭବ କରି କହିଛନ୍ତି, ଥାନାକୁ ଯାଉଥିବା ଲୋକଙ୍କ ସହ ଉଚିତ ବ୍ୟବହାର କର, ତାଙ୍କ କଥା ପ୍ରଥମେ ଶୁଣ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ଖୋର ଅଫିସରଙ୍କ ଟ୍ରାନ୍ସଫର୍‌ କରିବାରେ ପଛଘୁଞ୍ଚା ଦିଅନି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ହାତରେ କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!