ବାରିପଦା ନରହନ୍ତା ହାତୀ କୁ ଅଣାଗଲା ଢେଙ୍କାନାଳ

ଶେଷରେ ବନ ବିଭାଗ ୪ଟି ଜୀବନ ନେଇଥିବା ନରହନ୍ତା ଦନ୍ତାକୁ ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ଟ୍ରାଙ୍କୁଲାଇଜ୍ କରିଛି। ଏହାକୁ ଢେଙ୍କାନାଳ ଜିଲ୍ଲା କପିଳାସ ଛଡ଼ା ଯାଇଥିବା ସୂଚନା ରହିଛି ।

ଟ୍ରାଙ୍କୁଲାଇଜ୍ ପରେ ମଧ୍ୟ ହାତୀଟି ଜଙ୍ଗଲ ମଧ୍ୟରେ କିଛି ଦୁରକୁ ଚାଲିଯାଇଥିଲା। ଦୀର୍ଘ ୫-୬ ଘଣ୍ଟାର ଅପରେସନ୍ ପରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତରିତ କରିବାରେ ସଫଳ ହେଇଥିଲା ବନବିଭାଗ। ଟ୍ରାଙ୍କୁଲାଇଜ୍ ପରେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବାର କିଛି ସମୟ ପରେ ପ୍ରଥମେ ହାତୀ ମୁହଁରେ କପଡା ଘୋଡାଇ ବଡ଼ ବଡ଼ ଜଞ୍ଜିର, ଦଉଡ଼ି ଓ ବେଲ୍ଟ ସାହାଯ୍ୟରେ ବନ୍ଧାଯାଇଥିଲା। ଏହାପରେ ହାଇୱାରେ ଜରିଆରେ କପିଳାସ କୁ ଅଣାଯାଇଛି । ଏହି ଅପରେସନରେ ବନବିଭାଗର ଅନେକ ଉପରିସ୍ଥ ଅଧିକାରୀଙ୍କ ସହିତ ଅନେକ ବନ କର୍ମଚାରୀ, ଆସାମର ତାଲିମ ପ୍ରାପ୍ତ ମାହୁନ୍ତ ଓ ଅନେକ ଗଜସାଥୀ ଯୋଗ ଦେଇଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!