ଆଦିବାସୀଙ୍କୁ ବଡ ଉପହାର

ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଓଡ଼ିଶା ଏକ ନମ୍ବର । ହେଲେ ଗୋଷ୍ଠୀଗତ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏଣିକି ଗୋଟିଏ ବର୍ଗ କିମ୍ବା ସମ୍ପ୍ରଦାୟର ଆଦିବାସୀଙ୍କୁ ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟ୍ସ ତ୍ୱରାନ୍ୱିତ ହେବ । ଏଥିପାଇଁ ଆଜି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ମୋ ଜଙ୍ଗଲ ଜମି ଯୋଜନା । ଏଭଳି ଯୋଜନା କରିବାରେ ଓଡ଼ିଶା ଦେଶରେ ପ୍ରଥମ । ଭାରତରେ ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଛି । କିନ୍ତୁ ୧୫ ବର୍ଷ ଭିତରେ ଗୋଟିଏ ବର୍ଗର ଆଦିବାସୀ କିମ୍ବା ଗୋଷ୍ଠୀଗତ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି ।

ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏହି ଯୋଜନା ଆରମ୍ଭ ହେଉଛି । କାର୍ଯ୍ୟକ୍ରମ ଜରିଆରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ କରିବା ସହିତ ଜଙ୍ଗଲ ସଂପଦ ବିନିଯୋଗ ପାଇଁ ଉଦ୍ଦିଷ୍ଟ ଅନୁମତି ତ୍ୱରାନ୍ୱିତ ହେବ। ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସୁନିଶ୍ଚିତ କରାଯିବ । ଜଙ୍ଗଲର ଜୈବ ବିବିଧତାର ସଂରକ୍ଷଣ ସହିତ ଜନଜାତି ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରାଯିବ। ଜୀବନ ଜୀବିକା ପ୍ରଣାଳୀରେ ସ୍ଥାୟିତ୍ୱ ଅଣାଯିବ। ଜଳବାୟୁ ପରିବର୍ତ୍ତନ ହ୍ରାସ ନିମନ୍ତେ ପଦକ୍ଷେପ ଏବଂ ଜଙ୍ଗଲ ଗାଁକୁ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ କରାଯିବ।

ଜଳ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କର ଜନ୍ମଗତ ଅଧିକାର ରହିଛି । ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠୁ ରାଜ୍ୟ ସରକାର ଆଇନକୁ କାର୍ଯ୍ୟକାରୀ କରିବା ସହିତ ଆଦିବାସୀଙ୍କୁ ଚାଷ ଜମି, ଜଙ୍ଗଲ ଅଧିକାର ଦେବାରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଚାହାଁନ୍ତି ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ । ଯେଉଁଥିପାଇଁ ଗଠନ ହୋଇଛି ସ୍ବତନ୍ତ୍ର ବିକାଶ ପରିଷଦ । ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେ ନୂଆ ଯୋଜନା ଯୋଗୁ ଆଦିବାସୀଙ୍କୁ ସେମାନଙ୍କ ଜନ୍ମଗତ ଅଧିକାର ମିଳିବା ସହିତ ଅଣ ସର୍ବେକ୍ଷଣ ଜଙ୍ଗଲ ଜମିକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଇପାରିବ । ଏହାଦ୍ବାରା ଜନଜାତିଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିବ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!