JSW ଷ୍ଟିଲକୁ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର’

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି)ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ jsw ଷ୍ଟିଲକୁ ସମ୍ମାନଜନକ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର’ ଦିଆଯାଇଛି।

ଓଏସ୍ପିସିବିର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମ୍ମାନ ସମାରୋହ ଉତ୍ସବର ମୁଖ୍ୟ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ jsw ଷ୍ଟିଲକୁ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର’ ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ଜଙ୍ଗଲ ବିଭାଗର ଚିଫ କଞ୍ଜରଭେଟର ଏବଂ ହେଡ୍ ଅଫ୍ ଫରେଷ୍ଟ ଫୋର୍ସ ଡ. ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ଓଏସ୍ପିସିବିର ସଦସ୍ୟ ସଚିବ ଡ. କେ.ମୁରୁଗେସନ ପ୍ରମୁଖ ଉପସ୍ଥିତ ଥିଲେ।

ବିଶେଷକରି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ସମସ୍ତ ପରିବେଶଗତ ପ୍ରୟାସ ସହ କମ୍ପାନୀର ଜଜାଙ୍ଗ ଲୌହପଥର ଖଣିରେ ପୂର୍ଣ୍ଣାଙ୍ଗ ପରିବେଶ ପରିଚାଳନା କାର୍ଯ୍ୟାଭାସ କୈନ୍ଦ୍ରିକ ହୋଇଛି, ଯାହା ପରିଚାଳନାଗତ ଉତ୍କର୍ଷ ବଜାୟ ରଖିବା ସହିତ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।

ଏପରିକି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି। କମ୍ପାନୀର ଖଣି କାର୍ଯ୍ୟକଳାପରେ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଏବଂ ମଜଭୁତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପଗୁଡିକ ସଫଳତାର ସହିତ କାର୍ଯ୍ୟକାରୀ କରିବା ଦିଗରେ ଏହା କମ୍ପାନୀର ଏକାଗ୍ର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!