NMDC କୁ ଚାମ୍ପିୟନ ଅଫ୍ ଚାମ୍ପିୟନ୍ସ ଆଓ୍ବାର୍ଡ

ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଏନଏମଡିସିର ସିଏମଡି (ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ କହିଛନ୍ତି ଆଗାମୀ ଦିନରେ କମ୍ପାନୀ ଓ କର୍ପୋରେଟ ଟିମ୍ ଆଗକୁ ଆହୁରି ଭଲ କାମ କରିବାକୁ ଏହି ସମ୍ମାନ ଉତ୍ସାହ ପ୍ରଦାନ କରିବ ବୋଲି ମୁଖାର୍ଜୀ ମତପ୍ରକାଶ କରିଛନ୍ତି।

ପବ୍ଲିକ ରିଲେଶନ୍ସ କାଉନସିଲ ଅଫ୍ ଇଣ୍ଡିଆ (ପିଆରସିଆଇ) ପକ୍ଷରୁ ନୂଆଦିଲ୍ଲୀଠାରେ ୧୭ତମ ପିଆରସିଆଇ ଗ୍ଲୋବାଲ କମ୍ୟୁନିକେଶନ କନ୍କ୍ଲେଭ-୨୦୨୩ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କନ୍କ୍ଲେଭରେ ଏନଏମଡିସିକୁ ଚାମ୍ପିୟନ ଅଫ ଚାମ୍ପିୟନ୍ସ ଆଓ୍ବାର୍ଡ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଏନ୍ଏମଡିସିର ଜେନେରାଲ ମ୍ୟାନେଜର (କର୍ପୋରେଟ କମ୍ୟୁନିକେଶନ) ପି. ଜୟପ୍ରକାଶ ଏବଂ ଏନଏମଡିସି ଆଞ୍ଚଳିକ କାର୍ଯ୍ୟାଳୟ ନୂଆଦିଲ୍ଲୀର ଡିଜିଏମ ସୋମନାଥ ଆଚାର୍ଯ୍ୟ ଉକ୍ତ ସମ୍ମାନ ଆମନ୍ତ୍ରିତ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ।

ବିଶେଷକରି ଏନଏମଡିସି ବିଭିନ୍ନ ବର୍ଗରେ ଉଚ୍ଚ ପ୍ରଦର୍ଶନ ସହିତ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପିଆରସିଆଇ ପକ୍ଷରୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି ବୋଲି ଏନଏମଡିସି ପକ୍ଷରୁ କୁହାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!