ଶୀତଳଷଷ୍ଠୀରେ କନ୍ୟା ପିତାମାତା ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ

ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର। ଝାଡୁଆପଡାର ଲୋକନାଥ ବାବାଙ୍କ ଶ୍ବଶୁର ଘରେ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ଏଥର ଶୀତଳଷଷ୍ଠୀରେ କନ୍ୟା ପିତାମାତା ହୋଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ ପଦ୍ମିନୀ ନାୟକ।

ଝିଅ ତଥା ଜଗତ ଜନନୀ ମାତା ପାର୍ବତୀଙ୍କୁ ଯୌତୁକ ଆକାରରେ ଦେବାକୁ ଥିବା ସବୁ ସାମଗ୍ରୀ କିଣି ସାରିଛନ୍ତି ପିତାମାତା।

ପଲଙ୍କ, ଗଦି, ବାସନ କୁସନ, ସୁନା ଅଳଙ୍କାର ଠାରୁ ଆରମ୍ଭ କରି ମାଟି ପାତ୍ର, ଚିଲମ ପର୍ଯ୍ଯନ୍ତ କିଣା ସରିଛି। ଆସନ୍ତା ୨୯ ତାରିଖରେ ପତରପେଣ୍ଡି ବା ନିର୍ବନ୍ଧ ଥିବାବେଳେ ୩୧ ତାରିଖରେ ହେବ ଶିବ ବିବାହ।

Post Views3 Total Count

Apply Now


This will close in 0 seconds

error: Content is protected !!