ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି।

ଏହା ସହ ଜୀବନ ଜୀବିକା ଓ ଆମତ୍ନିର୍ଭରଶୀଳତା ଦିଗରେ ଉଲ୍ଲେଖନୀୟ ଅବଦାନ ସହ ତୃଣମୂଳସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସସ୍ମିତା ମଙ୍ଗରାଜଙ୍କୁ ଜୁରି ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ମହାରାଷ୍ଟ୍ର ସ୍ଥିତ ମନ୍ ଦେଶୀ ବ୍ୟାଙ୍କ୍ ତଥା ମନ୍ ଦେଶୀ ଫାଉଣ୍ଡେଶନର ଅଧ୍ୟକ୍ଷା ଚେତନା ସିହ୍ନା ମୁଖ୍ୟ ଅତିଥି ଏବଂ ୪୨ତମ ଉପ-ସେନା ପ୍ରମୁଖ ତଥା ଦିଲ୍ଲୀ ସ୍ଥିତ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲର ସଦସ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ରଣଜିତ ଓ ସସ୍ମିତାଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ଚେତନା ସିହ୍ନା କହିଥିଲେ, ପ୍ରକୃତ ପରିବର୍ତ୍ତନ ଏକ ସାହସିକ ପଦକ୍ଷେପ ସହ ଆରମ୍ଭ ହୋଇଥିବାବେଳେ ଏହି ବିନମ୍ର ନାୟକମାନଙ୍କ ଛୋଟିଆ ପ୍ରୟାସ ଗରିବ ଓ ବଞ୍ଚତ୍ିତ ଲୋକମାନଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସେହିଭଳି ବିଆଇପିଏଫ୍ର ସିଇଓ ତଥା ଟ୍ରଷ୍ଟି ଏବଂ ଇମ୍ଫା ସିଏସ୍ଆର୍ (ସ୍ପେଶିଆଲ ଇନିସିଏଟିଭ)ର ମୁଖ୍ୟ ଶୈଫାଳିକା ପଣ୍ଡା କହିଛନ୍ତି, ବଞ୍ଚତ୍ିତ ଲୋକମାନଙ୍କ ସେବା କରିବା ଓ ସାମାଜିକ ପରିବର୍ତ୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ ହୋଇଥିଲାବେଳେ ଶାମ୍ଭବୀ ପୁରସ୍କାର ସାମୂହିକ ବିକାଶ ନିମନ୍ତେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଦୂରଦୃଷ୍ଟି ଓ ଅଭିଳାଷକୁ ତ୍ୱରାନ୍ବିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି।

ସେହିପରି ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି କହିଥିଲେ, ସାମାଜିକ ପରିବର୍ତ୍ତନକାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିବା ଅବସରରେ ଆମେ ଗୋଷ୍ଠୀମାନଙ୍କ ଉତ୍ଥାନ ଓ ସକାରାମତ୍କ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ କଠିନ ପରିଶ୍ରମ କରୁଥିବା ଏହି ଲୋକମାନଙ୍କ ସ୍ଥିରତା ଓ ପ୍ରତିବଦ୍ଧତାକୁ ମଧ୍ୟ ସମ୍ମାନ ଜଣାଇବା ଉଚିତ।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!