ସ୍ମୃତିରେଖା ବିଗାଡିଦେବେ ବିଜେଡି ଗଣିତ !

ଯାଜପୁର ଜିଲ୍ଲାର ରାଜନୀତି ସରଗରମ ହେବାରେ ଲାଗିଛି। ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏଠାରେ ଗଡ଼ବଡ଼ କରିବା ପାଇଁ ବିଜେପି ପୂରା ତୟାର ହୋଇ ରହିଛି ।

ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତିରେଖା ପହିଙ୍କୁ ଟିକେଟ୍‌ ଦେଇଛି ବିଜେପି । ଟିକେଟ ଘୋଷଣା ପରଠୁ ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ମୃତିରେଖା ପହିଙ୍କ ସମର୍ଥକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହିତ ସ୍ମୃତି ରେଖା ପହି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ ପରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି ।

କଂଗ୍ରେସରୁ ବିଜେପିକୁ ଆସିଥିବା ସମୃତିରେଖାଙ୍କର ଟାଣୁଆ ସଂଗଠନ ରହିଛି।‌ ଦୀର୍ଘ ବର୍ଷ ଧରି ସେ ଏଠାରେ ସଂଗଠନ କରିବା ସର ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ସ୍ମୃତିଙ୍କ ପ୍ରତି ଦିନକୁ ଦିନ ଜନସମର୍ଥନ ମଧ୍ୟ ବଢିବାରେ ଲାଗିଛି। ସ୍ମୃତିରେଖା କହିଛନ୍ତି, ଧର୍ମଶାଳା ଯାଜପୁରର ଏକ ଲୁଟ୍‌ର କେନ୍ଦ୍ରସ୍ଥଳୀ ପାଲଟିଛି । ଏଠାକାର ବାଣିଜିକ ସମ୍ପଦକୁ ଏଠାରୁ ବାରମ୍ବାର ଲୁଟ୍‌ କରାଯାଉଛି । କିନ୍ତୁ ଏବେ ଏହି ସବୁ ଦୁର୍ନୀତିର ଅନ୍ତ କରିବାର ସମୟ ଆସିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ସ୍ମୃତି ରେଖା ପହି ।

୧୯୯୦ରୁ ଧର୍ମଶାଳା ଆସନଟି ଅଣକଂଗ୍ରେସ ଦଖଲରେ ରହିଆସିଛି। ୧୯୯୫ ରୁ ଆଜି ପର୍ଯ୍ୟନ୍ତ ସ୍ବର୍ଗତ କଳ୍ପତରୁ ଦାସଙ୍କ ପରିବାର ଏଠାରେ ରାଜୁତି କରୁଛନ୍ତି। କଳ୍ପତରୁ ଦାସ ଏଠାରୁ ୪ଥର (୧୯୯୫ ରୁ ୨୦୦୯) ବିଧାୟକ ହୋଇଥିବା ବେଳେ ତାଙ୍କ ପୁଅ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ୨ଥର  ବିଜୟୀ ହୋଇଛନ୍ତି। ଜିତୁ ୨୦୧୪ରେ ରେକର୍ଡ ପରିମାଣ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଭୋଟ ପରିମାଣ ହ୍ରାସ ହୋଇଛି । ଏଥର ଜିତୁଙ୍କ ବିରୋଧରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି। ବିଦ୍ରୋହୀମାନେ ଏକାଠି ହେଲେ ଜିତୁଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି ଆକଳନ କରାଯାଉଛି।

୨୦୧୯ ନିର୍ବାଚନରେ ଜିତୁ ୧,୦୧,୩୬୪ଟି ଭୋଟ ପାଇ ବିଜେପି ପ୍ରାର୍ଥୀ ରମେଶ ପରିଡାଙ୍କୁ ୫୨,୭୩୯ ଭୋଟ ବ୍ୟବଧାନରେ ହରାଇଲେ। ଜିତୁ ୨୦୧୪ରେ ୬୮ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ରେ ଏହା ୫୮ ପ୍ରତିଶତକୁ ଖସିଆସିଥିଲା। ଜିତୁଙ୍କ ଦୁଇ ପ୍ରତିଦ୍ବନ୍ଦ୍ବୀ ଶ୍ରୀନାଥ ଜେନା ଓ ରମେଶ ପରିଡ଼ା ରାଜନୀତିରେ ଏକପ୍ରକାର ନିଷ୍କ୍ରିୟ।  ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ସ୍ମୃତିରେଖା ପହି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି । ଏଣୁ ଏଥର ଧର୍ମଶାଳାରେ ଜିତୁଙ୍କ ଗଣିତ‌ ସ୍ମୃତିରେଖା ବିରାଡ଼ି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!