ସବୁ ପୋଲିସ୍ ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କଲା କମିଶନରେଟ ପୋଲିସ୍

ଭୁବନେଶ୍ବର କମିଶନରେଟ ପୋଲିସ ସବୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶ ଦେଇଛି । ଓଜନ ଉପରେ ଗୁରୁତ୍ବ ଦିଆଯାଇ ଏହାକୁ ନିୟମିତ ଭାବେ ତଦାରଖ କରାଯିବ । ଶାରୀରିକ ଉନ୍ନତି ତଥ୍ୟ ଗୁଡ଼ିକ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ । ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର କମ୍ କରିବାକୁ ଚାପ ପକାଯିବ ।

ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି । ହେଡକ୍ବାର୍ଟର, ଟିମ୍ ୬୦, ଓଏସଏପି ଫିଟ୍ ରହିବେ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ ।

ଡ୍ୟୁଟିର ସୁବିଧା ଅନୁଯାୟୀ ସକାଳ ୬ଟା ଏବଂ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ କରାଯିବ । ଫିଟନେସ୍ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବେ । ସେଠାରେ ଉପସ୍ଥାନ ନିଆଯିବ, ଏବଂ ଏହା ମାସିକ ହାରାହାରି ୮୦% ରୁ କମ୍ ହେବା ଉଚିତ୍ ନୁହେଁ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!