ଚଳିତ ମାସ ଶେଷ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ସଂପୂର୍ଣ୍ଣ ହେବ

ଚଳିତ ମାସ ଶେଷ ସୁଦ୍ଧା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସଂପୂର୍ଣ୍ଣ ହେବ ବୋଲି ଗତକାଲି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ।

ଶ୍ରୀ ଦେବ କହିଥିଲେ ଯେ, ୬ଟି ପର୍ଯ୍ୟାୟରେ ହେବାକୁ ଥିବା ଦଳର ସାଂଗଠିକ ନିର୍ବାଚନ ମଧ୍ୟରୁ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ୩୩ଟି ସାଂଗଠନିକ ଜିଲ୍ଲାର ନିର୍ବାଚନ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ସମାପ୍ତ ହେବ। ଏହା ପରେ ୫ମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଦଳର ସଭାପତି ନିର୍ବାଚନ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ଦଳର ଯୁବ, ଛାତ୍ର, ମହିଳା ଓ ସାଧାରଣ ଛାମୁଆଁ ସଂଗଠନର ସଦସ୍ୟମାନେ ସକ୍ରିୟ ଭାବେ ଭାଗ ନେଉଛନ୍ତି। ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଓ ସହରାଞ୍ଚଳର ୱାର୍ଡ ଏବଂ ସହରାଞ୍ଚଳ ସଭାପତି ଓ ସମସ୍ତ କମିଟି ଗଠନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି। ଦଳର ଅଦ୍ୱିତୀୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ରାଜ୍ୟବାସୀଙ୍କ ପାଇଁ ସର୍ବଦା କାର୍ଯ୍ୟ କରୁଥିଲା, କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଦୃଢତାର ସହ ଜାରି ରହିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସଂଯୋଜକ ପ୍ରତାପ ଜେନା, କାର୍ଯ୍ୟକ୍ରମ ରୂପାୟନ କମିଟି ଅଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହି ସାଂଗଠନିକ ନିର୍ବାଚନ ଉପରେ ଆଲୋକପାତ କରିଥିଲେ ।

Post Views31 Total Count

Apply Now


This will close in 0 seconds

error: Content is protected !!