ପ୍ରତିରୋପଣରେ ହେବନି ସମସ୍ୟା,SCB ରେ ହେବ ହାପ୍ଲୋଆଇଡେଣ୍ଟିକାଲ୍

ରାଜ୍ୟ ସରକାର ଏସ୍ସିବି ମେଡିକାଲ କଲେଜର ଅସ୍ଥିମଜ୍ଜା ପ୍ରତିରୋପରଣ ୟୁନିଟ୍ (ବିଏମ୍ଟି)ରେ ହାପ୍ଲୋଆଇଡେଣ୍ଟିକାଲ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହାଦ୍ବାରା ଅର୍ଦ୍ଧ ମେଳ ଖାଉଥିବା ଡୋନର୍ମାନେ ମଧ୍ୟ ପ୍ରତିରୋପଣରେ ସାମିଲ ହୋଇପାରିବେ। ପିତାମାତା, ପିଲା, ଦାଦା, ସଂପର୍କୀୟ ଭାଇଉଉଣୀ ଓ ଖୁଡ଼ି ମଧ୍ୟ ଡୋନର ହୋଇପାରିବେ।

ବର୍ତ୍ତମାନ ସୁଦ୍ଧା ଏସ୍ସିବିର ବିଏମ୍ଟି ୟୁନିଟ୍ରେ ୧୦୦ରୁ ଅଧିକ ପ୍ରତିରୋପଣ ହୋଇସାରିଛି।ଇଣ୍ଡିଆନ୍ ସୋସାଇଟି ଅଫ ହେମାଟୋଲୋଜି ଏଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ ପକ୍ଷରୁ ୬୪ତମ ‘ହେମାଟୋକନ-୨୦୨୩’ ଆଜି ଉଦ୍ଘାଟିତ ହୋଇଛି।

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଦେଶରେ ରକ୍ତହୀନତା, ରକ୍ତ କର୍କଟ ଓ ରକ୍ତସ୍ରାବ ରୋଗ ଇତ୍ୟାଦି ଏକ ବଡ଼ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବାକୁ ହେଲେ ବିସ୍ତୃତଭାବେ ଏହା ଉପରେ ପଦକ୍ଷେପ ନେବା ଜରୁରି।

ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଓ ଏହାର ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଏହି ସମ୍ମିଳନୀ ଜଟିଳ ରକ୍ତ ସମସ୍ୟାର ସମାଧାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପୂଜାରୀ କହିଥିଲେ।

ଡିଏମ୍ଇଟି ଡା.ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ, ଏସ୍ସିବି ମେଡିକାଲ କଲେଜରେ ଦେଶର ଦ୍ବିତୀୟ ସର୍ବ ପୁରାତନ ହେମାଟୋଲୋଜି ବିଭାଗ ରହିଛି। ପୂର୍ବରୁ ଏଠାରେ ମେଳ ଖାଉଥିବା ଭାଇଭଉଣୀଙ୍କର ପ୍ରତିରୋପଣ କରାଯାଇଛି। ଆଗକୁ ହାପ୍ଲୋ ପଦ୍ଧତି ଆରମ୍ଭ ହେବ। ବିଏମ୍ଟି ପଦ୍ଧତ୍ତି ସଂପୂର୍ଣ୍ଣ ମାଗଣା ଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଂପାଦକ ପ୍ରଫେସର ଟି.କେ ଦଳାଇ, ସନାଜ ଖୋଦୈଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ଭି.ପି ଚୌଧୁରୀଙ୍କୁ ଜୀବନବ୍ୟାପୀ ସାଧାନ ପାଇଁ ପୁରସ୍କୃତ କରାଯାଇଥିଲା। ହେମାଟୋଲୋଜିରେ ଅବଦାନ ପାଇଁ ଏସ୍ସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଉପେନ୍ଦ୍ର ନାୟକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ହେମାଟୋକନ୍-୨୦୨୩ର ସାଂଗଠନିକ ସଂପାଦକ ଡା. ଆର୍କେ ଜେନା, ସଭାପତି ଡା. ଏଚ୍ପି ପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!