ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ କଡ଼ା ଆକ୍ସନ

ଏଣିକି ଆଉ ଚଳିବନି ବଦଳି ଏବଂ ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କ ହାକିମାତି। ଟ୍ରାନ୍ସଫର ପାଇଁ ଚାପ ପକାଇଲେ ହେବ କଡ଼ା ଆକ୍ସନ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ।

ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବଦଳି ଓ ନିଯୁକ୍ତି ପାଇଁ ପକାଯାଉଥିବା ଅଯଥା ପ୍ରଭାବ ଓ ଚାପ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍‌-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ।

Post Views54 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!