ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଛି। ସେ ଗୋଟିଏ ଭିଡିଓ ଜାରି କରି ଅଯୋଧ୍ୟାରେ ହିଂସା ହେବ ଓ ସେ ହିନ୍ଦୁତ୍ୱ ବିଚାରଧାରାର ମୂଳଦୁଆକୁ ଦୋହଲାଇ ଦେବ ବୋଲି କହିଛି।
ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ ସଂଗଠନର ନେତା ପନ୍ନୁ କହିଛି, “ ହିଂସାତ୍ମକ ହିନ୍ଦୁତ୍ୱ ବିଚାରଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ଆମେ ଦୋହଲାଇ ଦେବୁ।
ନଭେମ୍ବର ୧୬ ଓ ୧୭ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ସହ ଅନ୍ୟ ସ୍ଥାନରେ ମଧ୍ୟ ବିସ୍ଫୋରଣ ହେବ।”
ପନ୍ନୁର ଧମକ ପରେ ରାମ ମନ୍ଦିରର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର କହିଛନ୍ତି, “ଅଯୋଧ୍ୟା ପୂର୍ବରୁ ହିଁ ପୁଲିସ୍ ଓ ଅର୍ଦ୍ଧ ସାମରିକ ବଳର ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେମାନେ ସମସ୍ତ ପ୍ରକାରର ଆତଙ୍କୀ ବିପଦକୁ ଟାଳିବା ପାଇଁ ପ୍ରସ୍ତୁତ।
ପୁଲିସ୍ ଭାରଇରାଲ ହେଉଥିବା ପନ୍ନୁର ଧମକ ବାର୍ତ୍ତାର ସତ୍ୟତା ଯାଞ୍ଚ କରୁଛି।”

