୬୦,୦୦୦ କୋଟି ନିବେଶ କରିବ ଏସିଏମ୍ଇ

ଏସିଏମ୍ଇ କ୍ଲିନ୍ ଏନର୍ଜି ଲିମିଟେଡ୍ ଜାପାନର ଆଇଏଚ୍ଆଇ କର୍ପୋରେସନ ସହ ମିଶି ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ତାହାର ପ୍ରଭାବରେ ୩୭୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ପାଇଁ କଂପାନିକୁ ୩୪୦ ଏକର ଜମି ଆବଣ୍ଟନ କରାଯାଇଛି। ଆଜି ଜାପାନର ଆଇଏଚ୍ଆଇ କର୍ପୋରେସନ୍ର ସଭାପତି ଓ ସିଇଓ ହିରୋସି ଇଡେ ଓ ଏସିଏମ୍ଇ କ୍ଲିନ୍ ଏନର୍ଜିର ଅଧ୍ୟକ୍ଷ ମନୋଜ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏବଂ ବିଶ୍ବର କୋଣ ଅନୁକୋଣ ପର୍ଯ୍ୟନ୍ତ ଗ୍ରିନ୍ ହାଇଡ୍ରୋଜେନ୍ ଓ ଡେରିଭେଟିଭ୍କୁ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶାକୁ ଦେଶର ‘ଗ୍ରିନ୍ ହାଇଡ୍ରୋଜେନ ହବ୍’ରେ ପରିଣତ କରିବା ଲାଗି ଓଡ଼ିଶା ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପ ପାଇଁ ସରକାର ସହାୟତା ଓ ସହଯୋଗ ପ୍ରଦାନ କରୁଥିବାରୁ ଏସିଏମ୍ଇର ଅଧ୍ୟକ୍ଷ ଶ୍ରୀ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟରେ ଥିବା ଅନ୍ୟ ନିବେଶ ସୁଯୋଗ ସନ୍ଧାନ କରିବା ଲାଗି ସେ ଆଗ୍ରହ ଦେଖାଇଛନ୍ତି। ଆଇଏଚ୍ଆଇ କର୍ପୋରେସନର ସିଇଓ ଶ୍ରୀ ଇଡେ କହିଛନ୍ତି ଯେ କଂପାନି ଓଡ଼ିଶାରେ ଏକ ଭାରୀ ଖଣି ଓ ନିର୍ମାଣ ମେସିନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଚାହୁଛି।

ସେଥିପାଇଁ ରହିଥିବା ସୁଯୋଗକୁ ଏହା ସନ୍ଧାନ କରିବ। ଆଇଏଚ୍ଆଇ ଓ ଏସିଏମ୍ଇର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ୨୦୨୩ ଏପ୍ରିଲ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଜାପାନ ଗସ୍ତ ବେଳେ ଆଇଏଚ୍ଆଇ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!