ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ

ନ୍ୟାଶନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ନାଲ୍କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସହ ବାର୍ଷିକ କାରବାର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ସମସ୍ତ ବ୍ୟବସାୟିକ ୟୁନିଟ୍ରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।

ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ନାଲ୍କୋ ମୋଟ ୧୫୪୪ କୋଟି ଟଙ୍କାର ନେଟ୍ ଲାଭ ସହ ସମୁଦାୟ ୧୪,୨୫୫ କୋଟିର ଆୟ କରିଛି। ବିଶେଷ କରି ୨୦୨୩ ମାର୍ଚ୍ଚରେ ଶେଷ ହୋଇଥିବା ୪ର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୫୨୨ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଏହାର ନେଟ୍ ଲାଭ ୨୭୪ କୋଟି ଟଙ୍କା ରହିଥିଲା।

ଉଲ୍ଲେଖଯୋଗ୍ୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବିଶ୍ୱ ବାଣିଜି୍ୟକ କାରବାରରେ ଦେଖାଦେଉଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ ଚାହିଦା ଏବଂ ବଜାର ଅସ୍ଥିରତା ଯୋଗୁ କମ୍ପାନୀର ଲାଭ ପରିମାଣ ପ୍ରଭାବିତ ହୋଇଛି। ଏସବୁ ସତ୍ତ୍ୱେ ମଧ୍ୟ କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ନାଲ୍କୋର ବ୍ୟବସାୟିକ ଉତ୍କର୍ଷର ଯାତ୍ରାରେ ନିଜର ଅଭିବୃଦ୍ଧି ଜାରି ରଖିଛି।

ସମସ୍ତ ୟୁନିଟ୍ରେ ଉନ୍ନତ ପ୍ରଦର୍ଶନ ସହ ସର୍ବାଧିକ ୭୫.୫୧ ଲକ୍ଷ ଟନ୍ର ବକ୍ସାଇଟ୍ ଉତ୍ତୋଳନ ଏବଂ ୨୧.୦ ଲକ୍ଷ ଟନ୍ର ନେମ୍ ପ୍ଳେଟ୍ କ୍ଷମତାକୁ ଅତିକ୍ରମ କରି ୧୦୧.୧% କ୍ଷମତା ପ୍ରଦର୍ଶନ ସହ ୨୧.୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରାଯାଇଛି। ସ୍ମେଲଟର ପ୍ଳାଣ୍ଟରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ୨ୟ ବର୍ଷ ପାଇଁ ୯୬୦ଟି ପଟ୍ କାର୍ଯ୍ୟକ୍ଷମ ହେବା ସହ ୪.୬ ଲକ୍ଷ ଟନ୍ର ଧାତୁ ଉତ୍ପାଦନ କରାଯାଇଛି।

ଠିକ୍ ସେହିଭଳି ବିକ୍ରୟ କ୍ଷେତ୍ରରେ ନାଲ୍କୋ ସର୍ବକାଳୀନ ସର୍ବାଧିକ ୪.୬୪ ଲକ୍ଷ ଟନ୍ ଧାତୁ ବିକ୍ରୟର ରେକର୍ଡ ହାସଲ କରିଛି, ଯେଉଁଥିରେ ସର୍ବୋଚ୍ଚ ଘରୋଇ ଧାତୁ ବିକ୍ରୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ଏ ସମ୍ପର୍କରେ ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି, କମ୍ପାନୀର ବାର୍ଷିକ ଫଳାଫଳଗୁଡିକ ଉଲ୍ଲେଖନୀୟ ପରିଚାଳନାଗତ ପ୍ରଦର୍ଶନ ସହ ବ୍ୟବସାୟିକ ତଥା ବିକ୍ରୟ କ୍ଷେତ୍ରରେ ଦୃଢ କାର୍ଯ୍ୟଦକ୍ଷତା ଏବଂ ଅଭିବୃଦ୍ଧି ଦ୍ୱାରା ସମ୍ଭବ ହୋଇପାରିଛି।

ବିଶେଷକରି କଞ୍ଚାମାଲର ସଦୁପଯୋଗ ଏବଂ ବିଭିନ୍ନ ବ୍ୟୟ ସଞ୍ଚୟ ପଦକ୍ଷେପ ଦ୍ୱାରା କମ୍ପାନୀ ଲାଭାନ୍ବିତ ହୋଇଛି। ଏପରିକି ଆମେ କମ୍ପାନୀର ଉତ୍ତମ ଭବିଷ୍ୟତ ଏବଂ ଅଭିବୃଦ୍ଧି ନିମନ୍ତେ ଆଶାବାଦୀ ଓ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ବର୍ତ୍ତମାନ ସମୟରେ କମ୍ପାନୀ ତା’ର ୫ମ ଷ୍ଟ୍ରିମ୍ ରିଫାଇନେରି ପ୍ରକଳ୍ପର ଶୀଘ୍ର ସମାପ୍ତି ଏବଂ ଓଡ଼ିଶାର ଉତ୍କଳ ଡି ଏବଂ ଇ କୋଇଲା ବ୍ଲକର ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ପାତ୍ର କହିଛନ୍ତି। ଏପରିକି ପ୍ରତିକୂଳ ବଜାର ପରିସ୍ଥିତିକୁ ସାମ୍ନା କରିବା ସହ ଉତ୍ତମ ସୁଯୋଗ ନିମନ୍ତେ ପୁଞ୍ଜି ନିବେଶ ଏବଂ ହିତାଧିକାରୀମାନଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରିବାରେ ଉକ୍ତ ପ୍ରକଳ୍ପଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପାତ୍ର ଆଶା ପ୍ରକଟ କରିଛନ୍ତି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!