ଚିହ୍ନଟ ହେବେ ବାଂଲାଦେଶୀ

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୩୭୪୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ଦେଶକୁ ଫେରାଇବା ନିଷ୍ପତ୍ତି ଏବେ ସରକାରୀସ୍ତରରେ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଧାୟକ ଅମର କୁମାର ନାୟକ, ଭାସ୍କର ମଢ଼େଇ, ବିଭୂତିଭୂଷଣ ବଳବନ୍ତରାୟ, ମାନସ କୁମାର ଦତ୍ତଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବାଂଲାଦେଶରେ ସମ୍ପ୍ରତି ଘଟିଥିବା ରାଜନୀତିକ ଘଟଣାବଳୀ ପରିପ୍ରେକ୍ଷୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିମୟିତ ଭାବେ ସାମୁଦ୍ରିକ ସୀମାରେ ପାଟ୍ରୋଲିଂ କରାଯାଇ ଅନୁପ୍ରବେଶ ରୋକିବା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏନପିଆର କାର୍ଡ ରିଡର ମେସିନ ଦ୍ୱାରା ମାଛ ମାରିବାକୁ ଆସୁଥିବା ଓ ଯାଉଥିବା ଲୋକମାନଙ୍କ ପରିଚୟ ପତ୍ର ଯାଂଚ କରାଯାଉଛି । ବାଂଲାଦେଶରୁ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲାର ଏସପିମାନଙ୍କୁ ସଜାଗ ରହି ଜଳପଥରେ ପାଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!