SBI ଜେନେରାଲର ନୂତନ ଉତ୍ପାଦ

ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ sbi ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ‘sbi ଜେନେରାଲ ସିୟୋରିଟି ବଣ୍ଡ୍ ବୀମା (ସର୍ତ୍ତମୂଳକ ଓ ନିଃସର୍ତ୍ତ)’ ବୀମା ଉପତ୍ଦ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଡ୍ ଆହ୍ବାନ ପର୍ଯ୍ୟାୟ ଅଥବା ପ୍ରକଳ୍ପର କାର୍ଯ୍ୟକାରିତା ପର୍ଯ୍ୟାୟରେ ଠିକାଦାରଙ୍କ ଦ୍ୱାରା ସର୍ତ୍ତାବଳୀ ଉଲ୍ଲଂଘନ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବାକୁ ଏହି ଉପତ୍ାଦ ଡିଜାଇନ କରାଯାଇଛି।

ସେହିଭଳି ଏହି ସିୟୋରିଟି ବୀମା ଉପତ୍ାଦରେ ବିଡ୍ ବଣ୍ଡ୍, ଆଡଭାନ୍ସ ପେମେଣ୍ଟ ବଣ୍ଡ୍, ପରଫରମାନ୍ସ ବଣ୍ଡ୍ ଏବଂ ରିଟେନସନ ମନି ବଣ୍ଡ୍ ଭଳି ବହୁବିଧ ବଣ୍ଡ୍ ରହିଛି। ଏଥିସହିତ ଉତ୍ପାଦ ଦୁଇ କିସମରେ ଯଥା- ସର୍ତ୍ତମୂଳକ ଏବଂ ନିଃସର୍ତ୍ତ ହୋଇଥିବା ବେଳେ ସର୍ତ୍ତମୂଳକ ବଣ୍ଡ୍ କ୍ଷେତ୍ରରେ ଦାବି ଉପସ୍ଥାପନ ସମୟରେ ଧାର୍ଯ୍ୟ ସର୍ତ୍ତ ପୂରଣ କ୍ଷେତ୍ରରେ ହିତାଧିକାରୀଙ୍କୁ ଏକ ନିର୍ଦ୍ଧାରିତ ଅର୍ଥ ପରିମାଣ ପ୍ରଦାନ କରାଯାଉଛି।

ଏ ସମ୍ପର୍କରେ sbi ଜେନେରାଲ ଇନ୍ସ୍ୟୁରାନ୍ସର ହୋଲ୍ଟାଇମ ଡାଇରେକ୍ଟର ଆନନ୍ଦ ପେଜାୱାର କହିଛନ୍ତି, ଚଳିତ ବର୍ଷ ଆମେ ଆମ ଗ୍ରାହକଙ୍କୁ ନବୋନ୍ମେଷୀ ଆପଦ ସମାଧାନ ଯୋଗାଇବା କ୍ଷେତ୍ରରେ ଆଗରେ ରହିଛୁ।

ଏପରିକି sbi ଜେନେରାଲ ସିୟୋରିଟି ବଣ୍ଡ୍ ବୀମା ଜରିଆରେ ଆମେ ଦୃଢ଼ ନିଶ୍ଚିତ ଯେ ଉକ୍ତ ଉତ୍ପାଦ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ଏକ ପ୍ରଭାବୀ ସାଧନ ଭାବେ କାର୍ଯ୍ୟ କରିବ। ସେହିଭଳି ସିୟୋରଟି ବଣ୍ଡ୍ଗୁଡିକ ଆର୍ଥିକ ନିରାପତ୍ତା, ଆପଦ ପ୍ରଶମନ ଏବଂ ଠିକା ରାଜିନାମାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!