ଭଡ଼ାରେ ଲାଗିଛି ଆବାସ; ଆବଣ୍ଟନ ବାତିଲ କରିବାକୁ ବିଏମସିର ପଦକ୍ଷେପ

ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ, ଗୃହହୀନ, ଗରିବ ବୋଲି ଦର୍ଶାଇ ହିତାଧିକାରୀ ପାଲଟିଥିବା କିଛି ଘରମାଲିକଙ୍କ ଏଭଳି କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ଏହି ଯୋଜନାକୁ ଭେଳିକି ବନାଇଥିବା ଘରମାଲିକଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ(ବିଏମସି)।

ବୁଧବାର ବିଏମସିର ଏକାଧିକ ଟିମ ୮ଟି ସ୍ଥାନରେ ରେଡ କରି 250 ବେଆଇନ ହିତାଧିକାରୀଙ୍କୁ ଠାବ କରିଛି । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କିଛି ବଣ୍ଟନକାରୀଙ୍କ ନିଜସ୍ୱ ଜମି ଏବଂ ଅନ୍ୟତ୍ର ଘର ଅଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପ ସେମାନଙ୍କ ଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

ଘଟଣା ବିଷୟରେ ସୂଚନା ଦେଇ ବିଏମସି ମେୟର ସୁଲୋଚାନା ଦାସ କହିଛନ୍ତି, “ସୁଲଭ ଘରଗୁଡିକର ଆବଣ୍ଟନକାରୀଙ୍କ ଘର ଭଡା ନେଇ ଆମେ ଅଭିଯୋଗ ପାଇଥିଲୁ। ଏହା ମଧ୍ୟ ଅଭିଯୋଗ ଥିଲା ଯେ ଯେଉଁମାନଙ୍କର ନିଜର ଜମି କିମ୍ବା ଅନ୍ୟତ୍ର ଘର ଅଛି ସେମାନେ ନକଲି କାଗଜପତ୍ର ଦେଖାଇ ଏଭଳି ଘର ପାଇବାରେ ସଫଳ ହୋଇଛନ୍ତି। ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦେଇଥିବା ତାଲିକା ଅନୁଯାୟୀ ଆମେ ବଣ୍ଟନ କରିଛୁ। ରାଜୀବ ଆୱାସ ଯୋଜନା ହିତାଧିକାରୀଙ୍କୁ କିଛି ଘର ବଣ୍ଟନ କରାଯାଇଥିଲା। ”

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!