କଏଦୀଙ୍କ ଗୋଡ଼ରେ ଲାଗିବ ଜିପିଏସ ଟ୍ରାକର । ଜେଲ ଡିଜିଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର କମିଟିର ପ୍ରଶଂସା । ୭ ବର୍ଷରୁ କମ ସଜା ଥିବା ଅପରାଧୀଙ୍କୁ ଟ୍ରାକ୍ କରିବ ଜେଲ୍ ବିଭାଗ । ଟ୍ୟାମ୍ପର କଲେ ବା ବର୍ଡର ଡେଇଁଲେ ବାଜିବ ଆଲାର୍ମ । ଜେଲର କ୍ଷମତା ଠାରୁ କଏଦୀ ସଂଖ୍ୟା ବଢିବା ବର୍ତ୍ତମାନ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ଏକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓଡିଶା ଜେଲ ବିଭାଗର ନୂଆ ପ୍ଲାନ । ଏଦୀ ଯେଉଁଆଡ଼େ ବୁଲିବେ, ତାର ପୁରା ଡାଟାବେସ୍ ଜେଲ ବିଭାଗ ନିକଟରେ ରହିବ। ଟ୍ରାକର ଲାଗିଥିବା ଅପରାଧୀ ନିଜ ଅଞ୍ଚଳ ଛାଡି ବାହାରକୁ ଗଲେ ବା ଟ୍ୟାମ୍ପର କରିବାକୁ ଚେଷ୍ଟା କଲେ ଆଲାର୍ମ ବାଜିବ। ଆମେରିକା, ୟୁକେ ଭଳି ବିକଶିତ ରାଷ୍ଟ୍ରରେ ଏଭଳି ବ୍ୟବସ୍ଥା ଥିବା ବେଳେ 5T ଅଧୀନରେ ପ୍ରଥମ କରି ଓଡିଶା ନୂଆ ପଦକ୍ଷେପ ନେବାକୁ ଯାଉଛି।

