ଆସନ୍ତାବର୍ଷ ଗହ୍ମା ପୂର୍ଣ୍ଣିମା ବେଳକୁ ରସାବଳି ପାଇଥିବ GI ଟ୍ୟାଗ୍ ମାନ୍ୟତା ପାଇସାରିଥିବ । ଏନେଇ MSME ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ପ୍ରସାଦ ପାଇବେ ସମଗ୍ର ଦେଶବାସୀ ଓ ବିଶ୍ବବାସୀ । ଗହ୍ମା ପୂର୍ଣିମାରେ ଘରେଘରେ ଲାଗିବ ଦୀର୍ଘ ୪ଶହ ବର୍ଷର ପୁରାତନ ପ୍ରଭୁଙ୍କ ଏହି ଅନନ୍ୟ ନୈବେଦ୍ୟ । ଜିଆଇ ଟ୍ୟାଗ୍ ମିଳିଲେ ରସାବଳିର ଆଦୃତି ଆହୁରି ବ୍ୟାପକ ହେବ । ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି ଏବଂ କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରୟାସ । ସମିତି ପକ୍ଷରୁ ରାଜଧାନୀରେ ରାଜ୍ୟସ୍ତରୀୟ ରସାବଳି ଦିବସ ପାଳନ ସହ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଜନ୍ମତିଥି ଗହ୍ମା ପୂର୍ଣିମାକୁ ରସାବଳି ଦିବସ ଭାବେ ପାଳନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

