ନବୀନ ଙ୍କ ଇସ୍ତଫା ପରେ ଆସୁଛି ଗୋଟିଏ ପରେ ଗୋଟିଏ ଇସ୍ତଫା

ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଓ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ । ସିଏମଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଥିବା ବେଳେ ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ ନବୀନ । ବିଜେଡି ସଂଖ୍ୟା ଗରିଷ୍ଠତା ହରେଇବା ପରେ ଗତକାଲି ରାଜଭବନ ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସେ ଇସ୍ତଫା ଦେଇଥିଲେ ।

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!