ଭୁବନେଶ୍ୱରରୁ କୋଣାର୍କକୁ ଗଡିବ ଟ୍ରେନ

ବହୁ ପ୍ରତୀକ୍ଷିତ ଭୁବନେଶ୍ବର-କୋଣାର୍କ ରେଳ ପ୍ରକଳ୍ପ ନେଇ ନୂଆ ଆଶା ସଂଚାର ହୋଇଛି। ଏହି ପ୍ରକଳ୍ପ ପାଇଁ ଫାଇନାଲ ଲୋକେସନ୍‌ ସର୍ଭେ ଖୁବ ଶୀଘ୍ର ଆରମ୍ଭ ହୋଇପାରେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପ୍ରକଳ୍ପ ନେଇ ଚିଠି ଜାରି କରିଛନ୍ତି। ରେଳମନ୍ତ୍ରୀଙ୍କ ଚିଠି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଶ୍ରୀମତୀ ପରିଡ଼ା କହିଛନ୍ତି, ପୁରୀଜିଲ୍ଲା ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂତନ ରେଳଲାଇନ୍‌ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ କୃତଜ୍ଞତା ଜଣାଉଛି। ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେବଳ ରାଜଧାନୀ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ। ଏହା ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ପାଇଁ ମଧ୍ୟ ଆଶୀର୍ବାଦ ସାବ୍ୟସ୍ତ ହେବ।

ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂତନ ରେଳଲାଇନ୍‌ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ କୃତଜ୍ଞତା ଜଣାଉଛି। ଏହି ନୂଆ ରେଳଲାଇନ୍‌ ସ୍ଥାନୀୟ ଅର୍ଥନୀତି ଏବଂ କୃଷି ଆଦି କ୍ଷେତ୍ର ପାଇଁ ସହାୟକ ହେବା ସହ, ଅଞ୍ଚଳବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ସେବା ସୁବିଧାରେ ପାଇପାରିବେ। ବିଶେଷ କରି ସ୍ଥାନୀୟ ଗମନାଗମନ ଏବଂ ପର୍ଯ୍ୟଟନ ପାଇଁ ଏହି ପ୍ରକଳ୍ପ ବେଶ ଲାଭଜନକ ସାବ୍ୟସ୍ତ ହେବ । ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ପାଇଁ ମୁଁ ପୁଣିଥରେ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଧନ୍ୟବାଦ ଜଣାଉଛି ।

କୋଣାର୍କକୁ ପୁରୀରୁ ମଧ୍ୟ ଟ୍ରେନ୍‌ ସେବା ମଳିବ। ୩୨ କିମି ରେଳଲାଇନ ପାଇଁ୪୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରୁଟ୍‌ ପାଇଁ ଭିଷ୍ଟାଡୋମ୍‌ ଟ୍ରେନ ଚାଲିବ। ଯାହାଫଳରେ ଯାତ୍ରୀମାନେ ଯାତ୍ରା ସମୟରେ ଚାରିପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏନେଇ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତବର୍ଷ ଫେବ୍ରୁଆରି ୨୦ରେ ଘୋଷଣା କରିଛନ୍ତି।

Post Views33 Total Count

Apply Now


This will close in 0 seconds

error: Content is protected !!