ଆଜି ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକଡ଼ଙ୍କ ପତ୍ନୀ ସୁଦେଶ ଧନଖଡ଼ ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍ଥ ଯୁଦ୍ଧ ଜାହଜ । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା ।

