ଆଉ ଦିନ କେଇଟା ପରେ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ ଚିନ୍ତାରେ ରହିଥିବା ବେଳେ ପ୍ରତିଦିନ ରୋଭର ପ୍ରଜ୍ଞାନ କିନ୍ତୁ ଦେଇଚାଲିଛି ଖୁସି ଖବର । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି ।

