ପାନ ମସଲାର ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି ବଲିଉଡ୍ ର ତିନିଜଣ ଜଣାଶୁଣା ଅଭିନେତା । ସେମାନେ ହେଲେ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ । ପାନ ମସଲାର ଏକ ବିଜ୍ଞାପନକୁ ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା ନୋଟିସ ଜାରି କରିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି ଯେ ଏହି ତିନି ଅଭିନେତାଙ୍କ ପାନ ମସଲା ବିଜ୍ଞାପନ କରିଛନ୍ତି । ଯାହା ‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍’ ଟ୍ୟାଗଲାଇନ୍ ସହିତ ଆସିଥାଏ । ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।
ପାନ ମସଲାରେ କେସର ଥିବାର ମିଥ୍ୟା ବିଜ୍ଞାପନ କରୁଥିବା ଯୋଗୁଁ ଅଭିଯୋଗ କରିଛନ୍ତି ଆବେଦନକାରୀ । ଆବେଦନକାରୀ କହିଛନ୍ତି ଯେ ଶାହରୁଖ ଖାନ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ବଡ ଷ୍ଟାର ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କୁ ଅନୁସରଣ କରନ୍ତି । ଏପରି ପରିସ୍ଥିତିରେ ଏଭଳି ମିଥ୍ୟା ପ୍ରଚାର କରିବା ଆଦୌ ଠିକ୍ ନୁହେଁ । ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୯ରେ ହେବ ।

