ପାଖକୁ ଯାଇ ଗେଲ କଲା କୁନି ଝିଅ ଖୁସି ହୋଇଗଲେ ରାହୁଲ୍

ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ଦେଖିବାକୁ ମିଳିଛି ପିଲାମାନଙ୍କ ପ୍ରତି ରାହୁଲଙ୍କ ଦୁର୍ବଳତା । ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଯାଇ ସେଠାରେ ଏକ ସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । କିନ୍ତୁ ଏହି ସଭା ଭିତରେ ରାହୁଲଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ସଭାରେ ବସିଥିବା ଜଣେ କୁନି ଝିଅକୁ ରାହୁଲ ମଞ୍ଚ ଉପରକୁ ଡକାଇ ତାଙ୍କୁ ବେଶ ଗେହ୍ଲା କରିଛନ୍ତି ।

ମଞ୍ଚ ଉପରେ ଥାଇ ରାହୁଲ କୁନି ଝିଅଟିକୁ ହାତ ଠାରି ଡାକିଥିଲେ । ଏହାପରେ ଝିଅଟି ପାଖରେ ପହଞ୍ଚିବା ପରେ ରାହୁଲ ତାଙ୍କୁ ଅନେକ କଥା ପଚାରି ତାକୁ ଚକଲେଟ ମଧ୍ୟ ଗିଫ୍ଟ କରିଛନ୍ତି । ଏହାସହିତ ଝିଅଟିର ପାଠ ପଢା ବିଷୟରେ ମଧ୍ୟ ସେ ପଚାରି ବୁଝିଥିଲେ । ଝିଅଟି ରାହୁଲଙ୍କ ସହ ଭେଟ କରି ବେଶ୍‌ ଖୁସି ହୋଇଛନ୍ତି । କିନ୍ତୁ ଏ ସବୁ ଭିତରେ ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା, ଯେତେବେଳେ କୁନି ଝିଅଟି ରାହୁଲଙ୍କୁ କିସ କରିଥିଲା। ଏହା ସହିତ ରାହୁଲ ପ୍ରଧାନମନ୍ତ୍ରୀ ହେଲେ ସେ ଖୁସି ହେବେ ବୋଲି କହିଥିଲା କୁନି ଝିଅଟି।

Post Views67 Total Count

Apply Now


This will close in 0 seconds

error: Content is protected !!