BSKY ଚାଲୁ ରହିଛି: ସ୍ୱାସ୍ଥ୍ୟ ବିଭାଗ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।

ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍ପିଟାଲ୍ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ୍ଗୁଡ଼ିକୁ କହିଛନ୍ତି।

ରାଜ୍ୟରେ BSKY ଚାଲୁ ରହିଛି ବୋଲି ମୁଖ୍ୟ ସଚିବ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, BSKY ଚାଲୁ ରହିଛି। ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି। BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ କି ଡିସ୍ଚାର୍ଜ କରିପାରିବେନି।କିଛି ଅସୁବିଧା ହେଲେ ହିତାଧିକାରୀମାନେ ହେଲ୍ପଲାଇନ୍ ନମ୍ବରରେ ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ BSKY ଦ୍ୱନ୍ଦ୍ୱ ପାଇଁ ସରକାରଙ୍କୁ ଦାୟୀ କରିଛି ଘରୋଇ ହସ୍ପିଟାଲ ସଂଘ। ସଂଘ କହିଛି, ବିଳମ୍ବରେ ଆସିଥିବା ସ୍ପଷ୍ଟୀକରଣ ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି। ଏବେ ସରକାର ପରିବର୍ତ୍ତନ ହେବା ପରେ ବକେୟା ନେଇ ଆଶଙ୍କା ହେଲା। ସେହି ଆଶଙ୍କା ପାଇଁ କିଛି ହସ୍ପିଟାଲ କାର୍ଡ ଫେରାଇ ଦେଇଥିଲେ। ଏବେ କେବଳ ଘୋଷଣା ନୁହେଁ, ଲିଖିତ ପ୍ରତିଶ୍ରୁତି ଦେବା ଆବଶ୍ୟକ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!