ନିର୍ଯାତନା ମାମଲାରେ ବହିଷ୍କୃତ ହେଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଭିଯୁକ୍ତ ଅଧ୍ୟାପକ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଲେଜରୁ ବହିଷ୍କୃତ ହୋଇଛନ୍ତି । କଲେଜରୁ ବହିଷ୍କାର ନେଇ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ ବିଜୟ ଜେନା । କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲ ଅଟକ ରହିଛନ୍ତି ।

ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ କହିଛନ୍ତି ଯେ, ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଳା ତାଲିକାଭୁକ୍ତ ହେବେ । ସେ ଯେପରି  ଅନ୍ୟ କୌଣସି କଲେଜରେ ପାଠ ପଢ଼ାଇ ନ ପାରିବେ ସେ ବ୍ୟବସ୍ଥା କରାଯିବ । ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି । ବିଭାଗକୁ ସମସ୍ତ ରିପୋର୍ଟ ଦେବୁ ବୋଲି ସ୍ବତନ୍ତ୍ର ସଚିବ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନାର ତଦନ୍ତ ଆରମ୍ଭ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେଉଛି । ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ତଦନ୍ତ କରୁଛନ୍ତି । ଗଣମାଧ୍ୟମରେ ସୂଚନା ପାଇବା ପରେ ତଦନ୍ତ ପାଇଁ ଆସିଛୁ ବୋଲି କହିଛନ୍ତି ଦେବ ପ୍ରସାଦ । ଘଟଣା ସମ୍ପର୍କରେ ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରିବୁ ବୋଲି ସୂଚନା ଦେଇଛନ୍ତି ।

Post Views3 Total Count

Apply Now


This will close in 0 seconds

error: Content is protected !!