ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ

ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳ  ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶି ଭୂଷଣ ବେହେରା ଏବଂ ବ୍ୟକ୍ତିଗତ ସହାୟକ ବିଷ୍ଣୁ ବହ୍ଲଭ ଖଟୁଆ  ୪ଟି ମ୍ୟୁଟେସନ କେସ୍‌ରେ ଆରଆଇ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କାବୁ କଲା ଢେଙ୍କାନାଳ ଭିଜିଲାନ୍ସ ।
ସୂଚନାଯୋଗ୍ୟ ଯେ, ୪ଟି ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ । ଅଭିଯୋଗ ପାଇ ଛକି ବସିଥିବା ଭିଜିଲାନ୍ସ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଲାଞ୍ଚ ଟଙ୍କା ସହିତ କାବୁ କରିଛି । ଧରା ପଡିଥିବା ଏହି ସରକାରୀ ବାବୁ ଜଣଙ୍କ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ଆରଆଇ ଶଶୀଭୂଷଣ ବେହେରା । ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ଗିରଫ କରିଛି । ଗିରଫ ଶଶୀ ଭୂଷଣ ବେହେରା ତାଙ୍କ ଅଫିସ ପିଅନ ମଧ୍ୟମରେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ଫଳରେ ଭିଜିଲାନ୍ସ ଏହି  ଘଟଣାରେ ଗଣ୍ଡା ନାଳୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ଆରଆଇ ଶଶୀଭୂଷଣଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ଖଙ୍କର ଗ୍ରାମରେ ।
କାବୁ କରିବା ପରେ ଭିଜିଲାନ୍ସ ପକ୍ଷରୁ ଗଣ୍ଡାନାଳୀ ଆରଆଇ ଅଫିସ, ହିନ୍ଦୋଳ ତହସିଲ ଅଫିସ ଓ ଶଶୀଭୂଷଣଙ୍କ ପୈତୃକ ଘର ଖଙ୍କର ଓ  ଢେଙ୍କାନାଳ ସହରର ସତ ସଂଘ ବିହାର ସ୍ଥିତ ଭଡାଘର ଆଦି ଯାଞ୍ଚ କରୁଛି ଭିଜିଲାନ୍ସ । ଆରଆଇ ଶଶୀଭୂଷଣ ବେହେରା ବିଭିନ୍ନ ସରକାରୀ କାମରେ ଲାଞ୍ଚ ନିଅନ୍ତି ବୋଲି ଭିଜିଲାନ୍ସରେ ଅନେକ ଅଭିଯୋଗ ହୋଇଥିଲା । ତେବେ ନୂଆବଗ ଗ୍ରାମର ଅଷ୍ଟମୀ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କର ୪ଟି ଜାଗାର ମ୍ୟୁଟେସନ ପାଇଁ ଆବେଦନ କରିଥିଲେ । ମାତ୍ର ତାଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଆରଆଇ ଶଶୀଭୂଷଣ । ଫଳରେ ବାଧ୍ୟ ହୋଇ ଅଷ୍ଟମୀ ଢେଙ୍କାନାଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଭିଜିଲାନ୍ସର ଏକ ଟିମ୍ ପିଅନ ବିଷ୍ଣୁ ବଲ୍ଲଭଙ୍କ ମାଧ୍ୟମରେ ଟଙ୍କା ଲାଞ୍ଚ ନେବା ବେଳେ  ଆରଆଇ ଶଶୀଭୂଷଣଙ୍କୁ ମାଡି ବସିଥିଲା । ଲାଞ୍ଚ ଗ୍ରହଣ କରିଥିବା ରାସାୟନିକ ପ୍ରଲେପ ୬୦ ହଜାର ଟଙ୍କା ତାଙ୍କ ଠାରୁ ଉଦ୍ଧାର କରି ଶଶୀଭୂଷଣ ବେହେରା ଓ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ଗିରଫ କରିଛି ଭିଜିଲାନ୍ସ ।କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାର(ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।
Post Views47 Total Count

Apply Now


This will close in 0 seconds

error: Content is protected !!