ରାଜ୍ୟରେ ଆଉ ୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ପୁଣି ବ୍ୟାପିଲାଣି କରୋନା। ଓଡ଼ିଶାରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଥିବା ଜଣାଯାଇଛି। ୫ଜଣ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାଯାଇଛି। ଆଣ୍ଟିଜେନ୍ ପରୀକ୍ଷାରୁ ସମସ୍ତେ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ମେ‘ ୨୨ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଥିଲା। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ।ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଓଡିଶାରେ ପୁଣି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଲାଣି।ଅନ୍ୟପକ୍ଷରେ ଦେଶରେ ପ୍ରତିଦିନ ବଢୁଛି କରୋନା ଲହର। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା।

Post Views1 Total Count

Apply Now


This will close in 0 seconds

error: Content is protected !!