କୋଭିଡ୍-୧୯ ସଂକ୍ରମଣ ସମଗ୍ର ବିଶ୍ବରେ ହ୍ରାସ ପାଇଥିବା ବେଳେ ଅଲକ୍ଷିତଭାବେ ତାହାର ସ୍ଥାନ ନେଇଛି ବହୁ ଦିନରୁ ଲୋକେ ଭୁଲିଯାଇଥିବା ସ୍ବାଇନ୍ଫ୍ଲୁ ଭୂତାଣୁ।
ଏପରିକି ଭିକ୍ଟୋରିଆ ଉପକିସମ ବି କିଛି ସପ୍ତାହ ହେଲା ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଥିଲା। କିନ୍ତୁ କେବଳ କୋଭିଡ୍-୧୯ ଉପରେ ଏବେ ଆମେ ଦୃଷ୍ଟି କେନ୍ଦ୍ରିତ କରିଥିବାରୁ ସମାନଭାବେ ମାରାତ୍ମକ ଥିବା ଏହି ଭୂତାଣୁଗୁଡ଼ିକ ଆଢ଼ୁଆଳରେ ରହିଯାଇଛନ୍ତି।
ଯଦିଚ ଇନ୍ଫ୍ଲୁଏଞ୍ଜା ଏ’ର ଉପକିସମ ଏଚ୍୩ଏନ୍୨ ସମ୍ପ୍ରତି ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଆସିଛି, ଏହାର ଭଗିନୀ ଇନ୍ଫ୍ଲୁଏଞ୍ଜା ବି’ର ଉପକିସମ ଭିକ୍ଟୋରିଆ ମଧ୍ୟ ଗତ ଜାନୁଆରି ମାସରୁ ସଂକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଆଗରୁ ଇନ୍ଫ୍ଲୁଏଞ୍ଜା ବି ଏତେ ମାରାତ୍ମକ ନ ଥିବା ବେଳେ ଏବେ ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ବାଧ୍ୟ କରୁଥିବା ଡାକ୍ତରମାନେ କହିଛନ୍ତି। ତେଣୁ ଏହିସବୁ ଥଣ୍ଡାଜ୍ବରକାରକ ଭୂତାଣୁମାନଙ୍କ ପ୍ରତି ସତର୍କ ରହିବାକୁ ଏବଂ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରରେ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

