ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ମୋଦୀ ଆଉ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି, ସମ୍ବିଧାନରେ କେଉଁଠି ଲେଖା ହୋଇନି ଏ ଦେଶ ଆଦାନୀ କି ଅମ୍ୱାନୀଙ୍କର କି ଆରବପତିଙ୍କର । ସମ୍ବିଧାନ ଖୋଲିକି ଦେଖ ଏଥିରେ ଲେଖା ଅଛି ଏ ଦେଶ ଗରିବ ଲୋକଙ୍କର । ହେଲେ ଆମେ ଏବେ ଯୁଆଡ଼େ ଦେଖୁଛୁ କେବଳ ଗୋଟିଏ ନାଁ ଦେଖାଯାଉଛି ଆଦାନୀ ଆଦାନୀ ।
ଏହାର ଅର୍ଥ ଆଦାନୀ ଓଡ଼ିଶା ସରକାର ଚଲାଉଛି ଆଉ ମୋଦୀଙ୍କୁ ବି ଚଲାଉଛି ଆଦାନୀ । ସେ କହିଛନ୍ତି, ଓଡ଼ିଶାରେ ରଥଯାତ୍ରା ହେଉଛି କୋଟି କୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି । ହେଲେ ଏକ ଡ୍ରାମା ହେଉଛି, ରଥକୁ ଆଦାନୀ ଆଉ ତାଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି । ଏଥିରୁ ଆପଣ ଓଡ଼ିଶା ସରକାର ବିଷୟରେ ଜାଣିପାରୁଥିବେ ।
ଏହା ଓଡ଼ିଶା ସରକାର ନୁହେଁ ଏହା ଆଦାନୀ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି?

