ଡା.ଏସ୍.କେ.ଦାଶଙ୍କୁ ମାନବବାଦୀ ସମ୍ମାନ

ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ର ଅଧ୍ୟକ୍ଷ ଡା. ଏସ୍ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି କ୍ଲବ ଦ୍ୱାରା ମାନବବାଦୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏ ସମ୍ପର୍କରେ ରୋଟାରି କ୍ଲବ ଏଡିନାର ସଭାପତି ସେଲି ଲୋବେର୍ଗ କହିଛନ୍ତି, ଡା. ଦାଶଙ୍କର ଏହି ମହତ୍ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ସ୍ବୀକୃତି ଦେଇ ଆମେ ବେଶ୍ ଗର୍ବିତ।

ସେହିଭଳି ଇଣ୍ଡିଆନ ଆସୋସିଏସନ ଅଫ୍ ମିନେସୋଟାର ସଭାପତି ତାନ୍ୱି ପ୍ରିଜେ ଡା. ଦାଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡା. ଦାଶ ପ୍ରୋବାଇଓଟିକସ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବହୁଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ସେହିପରି ଡା. ଦାଶଙ୍କ ନାମରେ ନାମିତ ମିନେସୋଟା ଇତିହାସ ସଂଗ୍ରହାଳୟର ରୋଟୁଣ୍ଡା ସହ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ମିନେସୋଟା ବ୍ଲୁ କ୍ରସ୍ ବ୍ଲୁ ସିଲ୍ଡର ମୁଖ୍ୟ ନାଶ ସେଖ୍ କହିଛନ୍ତି।

ସେହିଭଳି ମିନେସୋଟା କନକର୍ଡିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ ଉପାଧ୍ୟକ୍ଷ ଡା. ବ୍ରୁସ୍ କୋରୀ ଡା. ଦାଶଙ୍କ ସମ୍ପର୍କରେ ଅନେକ ରୋଚକ କଥାର ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଡା. ଦାଶ ଜଣେ ଉଦ୍ୟୋଗୀ ତଥା ଉଦ୍ଭାବକ ଯିଏ କି ତାଙ୍କର କାର୍ଯ୍ୟ ମାଧ୍ୟମରେ ୧୦୦ ବିଲିୟନ ଡଲାରର ପ୍ରୋବାଇଓଟିକ ଶିଳ୍ପ ଗଠନ କରିବାରେ ସାହାଯ୍ୟ କରିଛନ୍ତି।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!