ମୌସୁମୀ ବର୍ଷାରେ ବୁଡିଛି ଅଧା ଭାରତ । ଗୁଜରାଟରୁ ମହାରାଷ୍ଟ୍ର, ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ସବୁ ଆଡେ ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁ ରାଜକୋଟ, ସୁରଟ, ଗିରି ସୋମନାଥ ଆଦି ଜିଲ୍ଲାରେ କିଛି ଘଣ୍ଟାରେ ୩ଶହ ମିମି ବର୍ଷା ପରେ ଓ୍ବାଟରଲଗିଂ ସ୍ଥିତି ଉପୁଜିଛି । ଅନ୍ୟପଟେ ଯମୁନା ନଦୀର ଜଳସ୍ତର ବଢିବାରୁ ତାଜମହଲ ପାଚେରି ଛୁଇଁଛି ବନ୍ୟାପାଣି ।ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜାମ୍ମୁ-କାଶ୍ମୀରରେ ସ୍ଥିତି ଗମ୍ଭୀର ହୋଇଛି । ପ୍ରବଳ ବର୍ଷା ପରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି ।ସେହିପରି ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ପରେ କାନ୍ଥ ପଡ଼ି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

