ଦିବ୍ୟାଙ୍ଗ କ୍ରୀଡ଼ାବିତ ନିକୁ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ ନନ୍ଦିକ ଗାଁର ନିକୁ ପ୍ରଧାନ ନିଜ ଉଦ୍ୟମ ବଳରେ ଜାତୀୟ ସ୍ତରରେ, ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ଦିବ୍ୟାଙ୍ଗ ଅଶୀ ଚାଳନା ଦଳରେ ସ୍ଥାନ ପାଇଛନ୍ତି ନିକୁ । ସେ ଆସନ୍ତା 24ତାରିଖରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ହରିଆଣା ଅଭିମୁଖେ ଯାତ୍ରା କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟାଙ୍ଗ କ୍ରୀଡ଼ାବିତ ନିକୁ ପ୍ରଧାନଙ୍କୁ ସହାୟତାର ହାତ ବଢାଇଲେ । ଆର୍ଥିକ ଅନାଟନରେ ଥିବା ଗରୀବ ନିକୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ନିକୁଙ୍କ ନିବେଦନକୁ ସହୃଦୟତାର ସହ ଗ୍ରହଣ କରି ଆଜି ଅପରାହ୍ନରେ ନିକୁଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା ।

ନିକୁ ଅପରାହ୍ନରେ ନବୀନ ନିବାସ ଯାଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ଏହାସହ ନିକୁଙ୍କୁ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ନବୀନ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!