ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଦ୍ଧିବଦ୍ଧ ବିଜ୍ଞପ୍ତି । ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ମେ ୨୦ରେ ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟିଂ ହେବ ।

ଏଥିପାଇଁ ଏପ୍ରିଲ ୨୬ରୁ ମେ ୩ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ମେ ୪ ରେ ନାମାଙ୍କନ ଯାଞ୍ଚ ହେବ । ୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଏହାସହ ମେ ୨୦ରେ ପଡିବ ଭୋଟ୍ ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାଁ ଭରିଛନ୍ତି ୪୮୩ ପ୍ରାର୍ଥୀ । ବ୍ରହ୍ମପୁରରେ ସର୍ବାଧିକ ୩୦ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!