୯ ମାସ ମଧ୍ୟରେ ମୋହନ ସରକାରଙ୍କ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ

ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ନୂଆ ସରକାର ବିଭିନ୍ନ ସୂତ୍ରରୁ ଏହି ରୁଣ ଉଠାଇଛନ୍ତି । ଖୋଲାବଜାରରୁ ସର୍ବାଧିକ ୯ ହଜାର କୋଟି ଟଙ୍କାର ରୁଣ ଉଠାଇଛନ୍ତି ମୋହନ ସରକାର। ଭାରତ ସରକାରଙ୍କ ଠାରୁ ଋଣ ଆଣିଛନ୍ତି ୭ ହଜାର ୧୪୯ କୋଟି ଟଙ୍କା ।

ସେହିପରି ଓମ୍ୱାଡସି ଠାରୁ ୨ହଜାର ୭୫୦ କୋଟି ଓ କାମ୍ପାଠୁ ୨୩୭୦ କୋଟି ଟଙ୍କା ଋଣ କରିଛନ୍ତି। ବିଭିନ୍ନ ସୂତ୍ରରୁ ଆଣିଥିବା ଏହି ଋଣ ଟଙ୍କାକୁ ସରକାର ସଂପୂର୍ଣ୍ଣ ଭାବେ ପୁଞ୍ଜିନିବେଶ ଓ ବିଭିନ୍ନ ଉନ୍ନୟନମୂଳକ କାମରେ ଲଗାଇଛନ୍ତି । ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମୀ ଭଳି ଯୋଜନାରେ ଟଙ୍କା ଲଗାଇଛନ୍ତି ସରକାର । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି ।

Post Views4 Total Count

Apply Now


This will close in 0 seconds

error: Content is protected !!