ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କେହି ଜଣେ ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋତା ପିନ୍ଧି ମନ୍ଦିରକୁ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ମିଳିଥିବା ଖବର ଅନୁସାରେ, ଶନିବାର ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ । ସେ ଅଭିଯୋଗ କରିଛନ୍ତି କି କେହି ବ୍ୟକ୍ତି ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଛି । ସେ ଜୋତାକୁ ଭଅଣ୍ଡ ଘର ବା ଭୋଗ ମଣ୍ଡପ ଦ୍ବାର ନିକଟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ ।

ସେଠାରେ ଜୋତା ରହିଥିବା ଦେଖିବା ମାତ୍ରେ ଜୋତାକୁ ହାତରେ ଧରି ବାହାରକୁ ଆଣିଛନ୍ତି। ତେବେ ଜୋତାଟି ମାଟିଆ ରଙ୍ଗର ହୋଇଥିବାରୁ ଜୋତାଟି ପୋଲିସର ହୋଇଥିବା ସାଧାରଣରେ ଅନୁମାନ କରାଯାଉଛି । ତେବେ ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି ।

ତେବେ ଏତେ ସୁରକ୍ଷା ବଳୟ ଭେଦ କରି କିଏ କିପରି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲା ଓ କେହି ଜାଣି ପାରିଲେ ନାହିଁ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Post Views2 Total Count

Apply Now


This will close in 0 seconds

error: Content is protected !!