ସରପଞ୍ଚ ଭବାନୀ ଜେନା ନିଲମ୍ଵିତ

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତର ସରପଞ୍ଚ ଭବାନୀ ଜେନା ନିଲମ୍ଵିତ। ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ଭବାନୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସରପଞ୍ଚ ପଦବୀରୁ ନିଲମ୍ବିତ କରିଛି ଜିଲ୍ଲା ପ୍ରଶାସନ। ଏହାସହ ନାଏବ ସରପଞ୍ଚଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାକୁ କୁହାଯାଇଛି।

ଖବର ଅନୁଯାୟୀ, ବ୍ରାହ୍ମଣଦା ପଞ୍ଚାୟତର ସରପଞ୍ଚ ଭବାନୀ ଜେନା ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ତାଙ୍କର ୩ଟି ପିଲା ଥିବା ବେଳେ ସେ ଦୁଇଟି ପିଲା ଥିବା କହିଥିଲେ। ନିୟମ ଅନୁସାରେ ଦୁଇଟିରୁ ଅଧିକ ପିଲା ରହିଥିଲେ ସେମାନେ ସରପଞ୍ଚ ପଦବୀରେ ରହି ପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି।

ତେଣୁ ଭବାନୀ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ପଦବୀ ହାତେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସରପଞ୍ଚ ପଦବୀରୁ ନିଲମ୍ବିତ କରିଛି। ଏହା ସହ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି।

Post Views19 Total Count

Apply Now


This will close in 0 seconds

error: Content is protected !!