ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

5T ସଚିବ ଭି.କେ ପାଣ୍ଡିଆନ ଆଜିଠୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ । ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁର ଯିବେ ଫାଇଭଟି ସଚିବ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ ।
ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।ସେନେଇ ଆଲୋଚନା କରିବେ। ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ ଫାଇଭ-ଟି ସଚିବ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!