ଟାଟା ମୋଟର୍ସର RVSF ଶୁଭାରମ୍ଭ

ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସ୍ବତନ୍ତ୍ର ଅଭିଯାନ ରିସାଇକେଲ ଓ୍ବିଥ୍‌ ରେସ୍ପେକ୍ଟ (ଆର୍‌ଇ.ଡବ୍ଲ୍ୟୁଆଇ.ଆର୍‌ଇ) ବା ସମ୍ମାନର ସହ ପୁନଃଚକ୍ରଣର ଶୁଭାରମ୍ଭ ହୋଇଯାଇଛି। ଏପରିକି ଟାଟା ମୋଟର୍ସର ସ୍ବୀକୃତି ପ୍ରାପ୍ତ ଡିଲର ରାଜସ୍ଥାନର ଜୟପୁର ଗଙ୍ଗାନଗରର ‘ବାହାନ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍‌’ ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ପଞ୍ଜୀକୃତ ଯାନ ରଦ୍ଦୀକରଣ ସୁବିଧା (ଆର୍‌ଭିଏସ୍‌ଏଫ୍‌) ର ଉଦ୍‌ଘାଟନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ବିଶେଷକରି ଏହି ଅତ୍ୟାଧୁନିକ ସୁବିଧା ବାର୍ଷିକ ୧୫,୦୦୦ ଯାନର କ୍ଷମତା ରଖିଛି। ଏପରିକି ସରକାରଙ୍କ ନୂଆ ନିୟମ ଅନୁଯାୟୀ କାର୍ଯ୍ୟକାଳ ଶେଷ ହୋଇଯାଇଥିବା ଯାନର ନିରାପଦ ତଥା ସ୍ଥାୟୀ ବିଖଣ୍ଡନ ପାଇଁ ବିଶ୍ୱସ୍ତରୀୟ ପରିବେଶ ଅନୁକୂଳ ପ୍ରକ୍ରିୟା ଅନୁସରଣ କରିଥାଏ।

ସେହିଭଳି ଏଠାରେ ସବୁ ବ୍ରାଣ୍ଡ୍‌ର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ଯାତ୍ରୀବାହୀ ଏବଂ ବାଣିଜି୍ୟକ ଯାନର ରଦ୍ଦୀକରଣ କରିବାକୁ ଉଭୟ ସଂସ୍ଥା ଦ୍ୱାରା ଏହା ବିକଶିତ ଏବଂ ସଞ୍ଚାଳିତ ହୋଇଥାଏ।

ଏ ସମ୍ପର୍କରେ ଟାଟା ମୋଟର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରୀଶ ଓ୍ବାଘ କହିଛନ୍ତି, ଟାଟା ମୋଟର୍ସରେ ଗତିଶୀଳତାକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବା ପାଇଁ ଏହାର ପ୍ରତ୍ୟେକ ବିଭବକୁ ପରୀକ୍ଷା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!