୯୧ ବର୍ଷ ବୟସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପରଲୋକ

୯୧ ବର୍ଷ ବୟସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସତ୍ୟବ୍ରତ ମୁଖାର୍ଜୀ ଆସାମ(ବର୍ତ୍ତମାନ ବାଂଲାଦେଶ)ର ସିଲହଟରେ ୮ ମେ’ ୧୯୩୨ରେ ଜନ୍ମଗ୍ରହଣ କରିଥିଲେ।

ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ଏହା ପରେ ମୁଖାର୍ଜୀ ତାଙ୍କର ସମ୍ମାନଜନକ ସୋସାଇଟି ଅଫ ଲିଙ୍କନ ଇନରୁ ‘ବାର୍‌-ଏଟ୍‌ ଲ’କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏହା ସହିତ ମୁଖାର୍ଜୀ ମଧ୍ୟ ଭାରତର ପୂର୍ବତନ ଆଡିସ୍‌ନାଲ ସୋଲିସିଟର ଜେନେରାଲ(ଏଏସ୍‌ଜି) ଥିଲେ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!