ଭାରତରେ ଲଞ୍ଚ ହେଲା ସେମିକଣ୍ଟକ୍ଟର ୨.୦

ଭାରତରେ ଲଞ୍ଚ ହେଲା ସେମିକଣ୍ଟକ୍ଟର ୨.୦ । ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ସିଷ୍ଟମକୁ ଆଗାମୀ ସ୍ତରକୁ ନେବା ପାଇଁ ସରକାରଙ୍କ ଆଭିମୁଖ୍ୟ ବିଷୟରେ ଜଣାଇଛନ୍ତି । ଏହି ଅବସରରେ ‘ସେମିକନ୍ ୨.୦’ (Semicon 2.0) ଯୋଜନାର ସମସ୍ତ ୬ଟି ପ୍ରମୁଖ ସ୍ତମ୍ଭ ( Pillar) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ନିର୍ମାଣ କ୍ଷମତାକୁ ଅଧିକ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ସ୍କିମ୍ ପ୍ରଥମ ‘ସେମିକନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ। ଏହା ଚିପ୍ ଡିଜାଇନ୍, ଫ୍ୟାବ୍ରିକେସନ୍, ପ୍ୟାକେଜିଂ, ଯନ୍ତ୍ରପାତି, କଞ୍ଚାମାଲ, ଗବେଷଣା ଓ ବିକାଶ ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ ସେମିକଣ୍ଡକ୍ଟରର ସବୁ କ୍ଷେତ୍ରରେ ଆର୍ଥିକ ଓ ଭିତ୍ତିଭୂମି ସହାୟତା ଯୋଗାଇବ ।
ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ବୈଷୟିକ ଅଗ୍ରଗତି ହାସଲ କରି ଭାରତର ଆର୍ଥିକ ଅଭିବୃଦ୍ଧି ଓ ଜାତୀୟ ସୁରକ୍ଷାକୁ ମଜବୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହା ୧୦ଟି ବର୍ଗକୁ କଭର କରୁଥିବା ୬ଟି Pillar ବା ସ୍ତମ୍ଭ ମାଧ୍ୟମରେ କାର୍ଯ୍ୟ କରିବ।

କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ୧୦ ବର୍ଷ ମଧ୍ୟରେ ୮୫,୦୦୦ ସେମିକଣ୍ଡକ୍ଟର ଇଞ୍ଜିନିୟର ତିଆରି କରିବାର ଲକ୍ଷ୍ୟକୁ ମାତ୍ର ଚାରି ବର୍ଷ ମଧ୍ୟରେ ହାସଲ କରି ପାରିଛି ଏବଂ ଏବେ ଆଉ ଏକ ଲକ୍ଷ ଇଞ୍ଜିନିୟର ତିଆରି କରିବାର ନୂଆ ଲକ୍ଷ୍ୟ ରଖା ଯାଇଛି। ଆଗାମୀ ବର୍ଷ ଗୁଡ଼ିକରେ ବିଶ୍ୱ ସେମିକଣ୍ଡକ୍ଟର ଉଦ୍ୟୋଗର ପ୍ରାୟ ୧୦ ପ୍ରତିଶତ ବଜାର, ଭାରତରେ ରହିବ ବୋଲି ଆଶା କରାଯାଉଛି। ଟାୟାର-୨ ଏବଂ ଟାୟାର-୩ ସହରର ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ରୂପେ ୨୫୦ରୁ ଅଧିକ ଚିପ୍ ଡିଜାଇନ୍ କରି ସାରିଛନ୍ତି। ଗୋଟିଏ କ୍ଷେତ୍ରରେ ଶିଳାନ୍ୟାସର ମାତ୍ର ୧୩ ମାସ ମଧ୍ୟରେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ୨୦୦ ଦିନ, ୧୫୦ ଦିନ ଏବଂ ୯୦ ଦିନ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭାରତରେ ଗଢ଼ି ଉଠୁଥିବା ଏହି ସେମିକଣ୍ଡକ୍ଟର ସିଷ୍ଟମ୍ ୫୦,୦୦୦ରୁ ୬୦,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।
ସେମିକନ୍ ୨.୦ ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଅବଧି ସାଧାରଣତଃ ୬ ବର୍ଷ ପର୍ଯ୍ୟନ୍ତ ରହିବ, ଯେତେବେଳେ କି ଆବେଦନ ପାଇଁ ଏହି ଯୋଜନା ପ୍ରାରମ୍ଭିକ ଭାବେ ୩ ବର୍ଷ ପର୍ଯ୍ୟନ୍ତ ଖୋଲା ରହିବ।

Post Views54 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!