ଟିଏସ୍ଏମ୍ଏଲ୍ କୁ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି ଶ୍ରେଷ୍ଠ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଘରୋଇ କ୍ଷେତ୍ର ବର୍ଗରେ ଟିଏସ୍ଏମ୍ଏଲ୍କୁ ‘ୱାଟର ଡାଇଜେଷ୍ଟ ୱାଟର ଆଓ୍ବାର୍ଡସ୍’ସମ୍ମାନରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଜଳ ପତ୍ରିକା ୱାଟର ଡାଇଜେଷ୍ଟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଟିଏସ୍ଏମ୍ଏଲ୍କୁ ସମ୍ମାନଜନକ ଉତ୍କର୍ଷ ପୁରସ୍କାର ଦିଆଯାଇଛି। ଏପରିକି ୱାଟର ଡାଇଜେଷ୍ଟ ଓ ୟୁନେସ୍କୋ ମିଳିତ ସହଭାଗିତାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଟିଏସ୍ଏମ୍ଏଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ୍ ମାଇନିଂକୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଏଭଳି ଏକ ସମ୍ମାନଜନକ ପୁରସ୍କାର ଜିତିବା ଆମ ପାଇଁ ବାସ୍ତବରେ ଗର୍ବର ବିଷୟ।

ବିଶେଷକରି ଜଳ ସଂରକ୍ଷଣ ଓ ଜଳର ଉଚିତ ପରିଚାଳନା ଲାଗି ଆମର ରହିଥିବା ଅତୁଟ ପ୍ରତିବଦ୍ଧତା ଓ ଦୃଢ଼ତାକୁ ମାନ୍ୟତା ଦେଇଥିବାରୁ ଜୁରି ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଟାଟା ଷ୍ଟିଲ୍ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ବିଭୁଦତ୍ତ ମହାନ୍ତି ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!