ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ନିମନ୍ତେ ୧୫ ଜୁଲାଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ୧୪ ଅଗଷ୍ଟ ଯାଏଁ ଚାଲିବ। ଏନେଇ ଆଜି (ମଙ୍ଗଳବାର) ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ନାମ ପଞ୍ଜୀକରଣଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଇଆରସିଟିସି (IRCTC) ଭୁବନେଶ୍ୱରର ଆଞ୍ଚଳିକ ପ୍ରବନ୍ଧକ ଅନୁଜ ଦତ୍ତଙ୍କ ସମେତ ଆଇଆରସିଟିସି ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଗଣମାଧ୍ୟମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରିପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଆସନ୍ତା ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଖୋଲା ରହିବ।ଯୋଗ୍ୟ ବରିଷ୍ଠ ନାଗରିକମାନେ ୱେବସାଇଟ୍ yatra.odisha.gov.in ମାଧ୍ୟମରେ ଅନଲାଇନରେ କିମ୍ବା ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଧାରିତ ଅଫଲାଇନ୍ ମୋଡ୍ ମାଧ୍ୟମରେ (https://dot.odisha.gov.in/en/baristha-nagarika-tirtha-yatra-yojana-bntyy) ସେମାନଙ୍କର ଆବେଦନ ପତ୍ର ଦାଖଲ କରିପାରିବେ।ଏହି ମାର୍ଗଦର୍ଶିକାରେ ଯୋଜନାର ଯୋଗ୍ୟତା ମାପଦଣ୍ଡ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
୧୫ ଜୁଲାଇରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

