ମୁହଁକୁ ମୁହଁ ଦିଶୁନି । ବାଟବଣା କରୁଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ରାସ୍ତାରେ ଗାଡ଼ି ଗଡ଼ି ପାରୁନଥିବା ବେଳେ ଉଡ଼ି ପାରୁନି ବିମାନ ।
ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ଵରରେ ଘନ କୁହୁଡ଼ି ଲାଗି ରହିଛି । କୁହୁଡ଼ି ପାଇଁ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରରେ କୌଣସି ବିମାନ ଅବତରଣ ଏବଂ ଉଡ଼ାଣ କରିବା ସମ୍ଭବ ହୋଇ ପାରୁନାହିଁ । ସମସ୍ତ ବିମାନ ବିଳମ୍ବ ରହିଛି ।
ସେହିଭଳି ରାସ୍ତାରେ ମଧ୍ୟ ରାଜୁତି କରୁଛି କୁହୁଡ଼ି । ୧୦୦ ମିଟର ଦୂରତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉ ନାହିଁ । ଗାଡ଼ି ଗୁଡ଼ିକ ଲାଇଟ୍ ଦେଇ ସକାଳ ୮ଟାରେ ମଧ୍ୟ ଯିବାଆସିବା କରୁଛନ୍ତି । ସହର ବାହାର ଜାତୀୟ ରାଜପଥରେ କୁହୁଡ଼ିର ପ୍ରଭାବ ଅଧିକ ରହିଛି ।

