ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ପ୍ରଶାନ୍ତ କୁମାର ନାୟକଙ୍କୁ ଦାୟିତ୍ବ

ରାଜ୍ୟ ସରକାର ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । କଟକ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ସବ୍ୟସଚୀପଣ୍ଡାଙ୍କ ବଦଳି ଆଦେଶକୁ ବାତିଲ କରାଯାଇଛି । ପୂର୍ବ ନିର୍ଦ୍ଦେଶରେ ତାଙ୍କୁ ରାଇରଙ୍ଗପୁର ବାମନଘାଟିର ଉପ-ଜିଲ୍ଲାପାଳ ଭାବେ ବଦଳି କରାଯାଥିଲା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଉଗ୍ରେସନ ଓରାମଙ୍କୁ ରାଇରଙ୍ଗପୁର ବାମନଘାଟିର ଉପ-ଜିଲ୍ଲାପାଳ ଭାବେ ବଦଳିହୋଇଛି । କୋଲାବିରା ବ୍ଲକ୍ ଉନ୍ନୟନଅଧିକାରୀ ଅଶୋକ କୁମାର ମାଝୀଙ୍କୁ ବଲାଙ୍ଗୀର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

 

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!