ଏଣିକି ଅଫିସରମାନଙ୍କୁ ପ୍ରତିମାସରେ କରିବାକୁ ପଡିବ ଫିଲ୍ଡ ଭିଜିଟ। ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଦାୟିତ୍ୱରେ ଥାଆନ୍ତୁ ବା ନଥାନ୍ତୁ ଫିଲ୍ଡ ଭିଜିଟ କରିବା ସହ ଅନୁନତ ଅଞ୍ଚଳରେ ରାତ୍ରି ରହଣୀ କରିବେ ସମସ୍ତ ବରିଷ୍ଠ ଅଧିକାରୀ ଓ ସଚିବ ।
ଏନେଇ ଏକ ଚିଠି କରିଛନ୍ତି ଉନ୍ନୟନ କମିଶନର। ଏପରିକି ପ୍ରତିମାସରେ ଫିଲ୍ଡ ଭିଜିଟ ପାଇଁ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ କୌଣସି ମିଟିଂ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ ଓ ନିବେଶ କ୍ଷେତ୍ରରେ ଉନ୍ନତି ପାଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ଅଫିସରମାନେ ଲୋକସେବା ଭବନରେ ବସି କେବଳ ବୈଠକ କରିପାରିବେନି ଗ୍ରାଉଣ୍ଡଜିରୋକୁ ଯାଇ ତଦାରଖ କରିବେ କେମିତି ଚାଲିଛି ବିକାଶମୂଳକ କାର୍ଯ୍ୟ।
ଆଉ ସେହି ଅଞ୍ଚଳରେ କଣ ରହିଛି ସମସ୍ୟା। ଲୋକମାନେ ଆଉ କଣ ଆବଶ୍ୟକ କରୁଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

