ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

ଆଜି ଟୋକିଓର ଓକୁରାଠାରେ ଅନୁଷ୍ଠିତ ହୋଇଛି ଓଡ଼ିଶା ବାଣିଜ୍ୟ ସମ୍ମେଳନ ୨୦୨୩। ଏହି ସମ୍ମେଳନରେ ଜାପାନ ଏବଂ ଉପସାଗରୀୟ ଦେଶର ୨୦୦ ଅଧିକ ଶିଳ୍ପପତି, ନିବେଶକ ଯୋଗଦେଇଥିଲେ।

ସମ୍ମେଳନକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବା ସହ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଥିବା ବ୍ୟାପକ ସୁଯୋଗ, ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା କରୁଥିବା କମ୍ପାନୀ ମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇଦେବେ ।

ରାଜ୍ୟକୁ ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ପୁଞ୍ଜିପତି ମାନଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଅନୁରୂପ ଭାବରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ସହ ଏକ ନୈଶ୍ୟ ଭୋଜିରେ ମଧ୍ୟ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବାରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ୟ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ୍ ମଧ୍ୟ ବୁଲିବେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ୫-ଟି ସଚିବ ଭି.କେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!