ଜେ କେ ମହାନ୍ତି ହାରୋର କର୍ମକର୍ତ୍ତା ଭାବେ ନିର୍ବାଚିତ

ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଅଫ୍ ଓଡ଼ିଶା (ହାରୋ)ର ୩୬ତମ ବାର୍ଷିକ ସାଧାରଣ – ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆସନ୍ତା ୩ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି ଆଜୀବନ ଅଧ୍ଯକ୍ଷ ରହିଥିବା ବେଳେ ହାରୋର ଉପଦେଷ୍ଟା ଭାବେ ଦୀପକ ଏସ୍ ରାଠୋର, ଦିଲୀପ ରାୟ, ଧରିତ୍ରୀର ସମ୍ପାଦକ ତଥାଗତ ଶତପଥି  ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧୂକାରୀ ଗୋକୁଳଚନ୍ଦ୍ର ପତି ପ୍ରମୁଖ ରହିଛନ୍ତି।

ଉପସଭାପତି ଭାବେ ଭୁବନେଶ୍ବର କୁକୁସ୍ ଇନ୍‌ର ଜୋନାଥାନ ରାଉଳ, ଯୋଡ଼ାସ୍ଥିତ ହୋଟେଲ ଭ୍ୟାଲିର ତାରିଣୀ ପ୍ରସାଦ ମହାନ୍ତି, ପୁରୀସ୍ଥିତ ହୋଟେଲ ହଲିଡେ’ର ରାଜକିଶୋର ପାତ୍ର, ବ୍ରହ୍ମପୁରଗ ପୁରର ହୋଟେଲ ମୟୂରୀର ଉମାଶଙ୍କର ପାଣିଗାହୀ, ଝାରସୁଗୁଡ଼ାର ଦ ଅର୍କେଡ୍‌ର ଆଶିଷ ପାଲିତ୍, ବାଲେଶ୍ୱରର ବଜୌରିଜିସ୍ ବଞ୍ଜାରାର ସରୋସ ବୋଧନୱାଲା, ଭୁବନେଶ୍ବର ରିଜ୍ ରେସିଡେନ୍ସର ତାରିଣୀ ପ୍ରସାଦ ମହାନ୍ତି, ଅନୁଗୋଳର କମଲେଶ କଣ୍ଟିନେଣ୍ଟାଲର ଶ୍ଵେତବ୍ରତ ସ୍ବାଇଁ, ଭୁବନେଶ୍ୱରର ହୋଟେଲ ରିଚିର ମିଲନ କୁମାର ସ୍ବାଇଁ ନିର୍ବାଚିତ ହୋଇଛନ୍ତି।

ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଜନପଥ  ଇନର ଶ୍ରୀନିବାସ ବାସ ସୁବୁଦ୍ଧି, ଜେନେରାଲ ସେକ୍ରେଟାରୀ ଭାବେ ଲାଇଫ୍ ହୋଟେଲର ସିଇଓ ଧୂମାନ ମଜୁମଦାର, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ବେ ହୋଟେଲ ଲିଙ୍ଗରାଜର ସୁଜିତ କୁମାର ମହାପାତ୍ର ও ଅଞ୍ଜଳି ପ୍ୟାଲେସର ପ୍ରଶାନ୍ତ  କୁମାର ଜେନା ନିର୍ବାଚିତ ହୋଇଛନ୍ତି। ସେହିପରି ସମ୍ପାଦକ ଭାବେ କେନ୍ଦ୍ରାପଡ଼ା ପଡ଼ାର ହୋଟେଲ ଗୋଲ୍ଡେନ୍ ପ୍ୟାଲେସ୍ ଲସ୍‌ର ଶିବ ପ୍ରସାଦ ମହାନ୍ତି, ସମ୍ବଲପୁର ପୁରର ହୋଟେଲ ଦ ଗ୍ରାଣ୍ଡ୍ ଶିବର ଶିଲ୍ଲାଶିବ ପ୍ରସାଦ,ଗୋପାଳପୁର ହୋଟେଲ ହଲିଡେ’ ହୋମର ସୟଦ ରହିମ, କେନ୍ଦୁଝର ହୋଟେଲ ଦ ସିନ୍ସର ୱାସିମ ନାୟର, ବାଲେଶ୍ବର ହୋଟେଲ ହରି ପ୍ଲାଜାର ସଂଗ୍ରାମ କୁମାର ଦାସ, ବଲାଙ୍ଗୀର ହୋଟେଲ ପାର୍କ ଲ୍ୟାଣ୍ଡ୍‌ର ରବିନାରାୟଣ ପୂଜାରୀ, ଅନୁଗୋଳ ଆଇ-ନମରାର ନରୋତ୍ତମ ମହାନ୍ତି, ପୁରୀର ହୋଟେଲ ଭ୍ୟୁର ରାମ ପ୍ରକାଶ ସେନାପତି ଓ ବ୍ରହ୍ମପୁର ଗୌତମ ପ୍ୟାଲେସର କେ ପ୍ରଶାନ୍ତ କୁମାର ପ୍ରମୁଖ ମନୋନୀତ ହୋଇଛନ୍ତି।

କାର୍ଯ୍ୟକାରୀ କମିଟିରେ କେ ମୋହନନ୍, ପ୍ରଶାନ୍ତ କୁମାର ତ୍ରିପାଠୀ, ରାଜେଶ କୁମାର ଧଳ, ଜୁବୁଲା କୁମାର ସେଠୀ, ଲକ୍ଷ୍ମୀ ଚାନ୍ଦ ଚୌଧୁରୀ, ଜୟନ୍ତ କୁମାର ପଣ୍ଡା, ଦେବାଶିଷ କୁମାର, ସମ୍ବିତ୍ ପ୍ରଧାନ, ଭଲୁରୀ ଶ୍ରୀନିବାସ, ସଞ୍ଜୟ ମିଶ୍ର, ଶଙ୍କର ଜୀ ମହାପାତ୍ର, ଅଶୋକ କୁମାର ଦାସ, କମଳରାଜ ସୁବୁଦ୍ଧି, ଏସ୍. କେ. ୟୁସୁବ୍, ସବ୍ୟସାଚୀ ଦାସ, ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ରହିଛନ୍ତି।

Post Views28 Total Count

Apply Now


This will close in 0 seconds

error: Content is protected !!